ଶ୍ରୀନଗର, ୨୩/୫: ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ସୀମାନ୍ତ ପୁଣି ଅଶାନ୍ତ ହୋଇଉଠିଛି । ମଙ୍ଗଳବାର ରାତିରୁ ଓ ପୁଣି ବୁଧବାର ଠାରୁ ପାକିସ୍ତାନ ସେନା ଓ ରେଞ୍ଜର୍ସମାନେ ଜାମ୍ମୁ-କାଶ୍ମୀରର ସାମ୍ବା, ଜାମ୍ମୁ, ପୁଞ୍ଚ ଓ ରାଜୌରି ଜିଲାର ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତିକ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛନ୍ତି । ପାକିସ୍ତାନ ସେନା ଭାରତର ସାମରିକ ଘାଟି ସହିତ ସାଧାରଣ ଜନବସତି ଉପରକୁ ଗୁଳିଗୋଳା ଓ ମୋର୍ଟାର ମାଡ କରିଛନ୍ତି । ଏଥିରେ ୫ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହେବା ସହ ୨୨ଜଣ ଆହତ ହୋଇଛନ୍ତି । ପାକିସ୍ତାନର ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନର ଭାରତ କଡା ଜବାବ ଦେଇଛି । ଭାରତର ପ୍ରତି ଆକ୍ରମଣରେ ପାକିସ୍ତାନର କିଛି ରେଞ୍ଜର୍ସ ପ୍ରାଣ ହରାଇବା ସହିତ ଏହାର ସାମରିକ ଶିବିର ଧ୍ୱଂସ ହୋଇଥିବା କୁହାଯାଉଛି । ବିଏସ୍ଏଫର କହିବା ଅନୁଯାୟୀ ଜାମ୍ମୁ ଅଞ୍ଚଳର ରାମଗଡ ଓ ଆର୍ଣ୍ଣିଆ ସେକ୍ଟରରେ ହୋଇଥିବା ପ୍ରତି ଆକ୍ରମଣରେ ପାକିସ୍ତାନ ପକ୍ଷରୁ ବ୍ୟାପକ କ୍ଷତି ହୋଇଛି । ବୁଧବାର ସକାଳ ୯ଟାରୁ ପାକିସ୍ତାନ ପାକ୍ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ, ୫ ଭାରତୀୟ ନିହତ ସେନା ଜମ୍ମୁ, କାଠୁଆ ଓ ଶାମ୍ବା ଜିଲ୍ଲାରେ ଘନଘନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଗତ ୯ ଦିନ ହେବ ପାକିସ୍ତାନୀ ସେନା ଏଭଳି ହରକତ କରୁଛି । ଆଜିର ଗୁଳିମାଡ଼ରେ ୫ ଜଣ ଭାରତୀୟ ନିହତ ହୋଇଛନ୍ତି । ଦୁଇ ଦିନ ତଳେ ଭାରତୀୟ ଜବାନମାନଙ୍କ କଡା କାର୍ଯ୍ୟାନୁଷ୍ଠାନରେ ପାକ୍ ସେନା ହାତ ଟେକି ଦେଇଥିଲା । ହେଲେ ଆଜି ପୁଣି ଏହାର ପୁରୁଣା ହରକତ ଆରମ୍ଭ କରିଛି । ଜାଣିଶୁଣି ଜନବସତି ଉପରକୁ ଗୁଳିଗୋଳା ବର୍ଷଣ କରିଛି । କାଠୁଆ ଜିଲ୍ଲାର ହୀରାନଗର ସେକ୍ଟରରେ ଲୋକଙ୍କ ଘର ଉପରକୁ ମୋର୍ଟାର ମାଡ଼ ହୋଇଥିଲା ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ୪ ଜଣ ଗୁରୁତର ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି । ଗତ ୧ ସପ୍ତାହ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ୧୧ ଜଣ ଭାରତୀୟଙ୍କ ପ୍ରାଣହାନୀ ଘଟିଲାଣି । ଅପରପକ୍ଷରେ ବୁଧବାର ଅପରାହ୍ଣରୁ ପୁଣି ପାକିସ୍ତାନ ଆର୍ଏସ୍ପୁରା, ଆର୍ଣ୍ଣିଆ, ଜମ୍ମୁ ଜିଲ୍ଲା ବିଷ୍ଣା, ରାମଗଡ଼ ଓ ଶାମ୍ବା ସେକ୍ଟରରେ ଗୁଳିଗୋଳ ବର୍ଷଣ ଆରମ୍ଭ କରିଛି । ଇତିମଧ୍ୟରେ ଶତାଧିକ ଲୋକଙ୍କୁ ବଙ୍କର ଅଥବା ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସୁରକ୍ଷାକର୍ମୀମାନେ ବୁଲେଟ୍ ପ୍ରୁଫ୍ ଗାଡ଼ି ଦ୍ୱାରା ଲୋକଙ୍କୁ ଉଦ୍ଧାର କରୁଛନ୍ତି । ପାକିସ୍ତାନ ଗୁଳିମାଡ଼ରେ ସବୁଠାରୁ ଅଧିକ ଶୀକାର ହୋଇଛି ଆର୍ଣ୍ଣିଆ ସହର । ଏଠାରେ ଶତାଧିକ ଲୋକ ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ୍ଗୁଡ଼ିକରେ ଆଶ୍ରୟ ନେଇଛନ୍ତି । ବିଏସ୍ଏଫ୍ ତରଫରୁ କୁହାଯାଇଛି ଯେ, ୨ ଦିନ ତଳେ ଭାରତୀୟ ସେନାର କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକ୍ ରେଞ୍ଜର୍ସର ସଂଖ୍ୟାଧିକ ବଙ୍କର ନଷ୍ଟ ହୋଇଯାଇଥିଲା । ଏହାର ପ୍ରତିଶୋଧ ନେବାକୁ ପାକ୍ ରେଞ୍ଜର୍ସ ନିରୀହ ଲୋକଙ୍କୁ ଟାର୍ଗେଟ୍ କରୁଛି । କେବଳ ଚଳିତ ବର୍ଷ ପାକିସ୍ତାନ ୭ଶହରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କଲାଣି । ଏଥିରେ ୪୦ରୁ ଅଧିକ ସାଧାରଣ ଲୋକ ପ୍ରାଣ ହରାଇଥିବାବେଳେ ୫୮ ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିବା ଜଣାପଡିଛି । ପ୍ରକାଶଥାଉକି ପାକିସ୍ତାନ ନିୟମିତ ଭାବେ ଅସ୍ତ୍ରବିରତି ଉଲ୍ଲଙ୍ଘନ ପୂର୍ବକ ସାମରିକ ଘାଟି ଓ ସାଧାରଣ ଜନବସତି ଉପରକୁ ଗୁଳିଗୋଳା ମାଡ କରି ଚାଲିଛି । ପାକିସ୍ତାନ ୨୦୦୩ର ଅସ୍ତ୍ରବିରତି ରାଜିନାମାକୁ ବରାବର ଉଲ୍ଲଙ୍ଘନ କରି ଚାଲିଛି ।ଭାରତ-ପାକିସ୍ତାନ ସୀମାରେ ଲାଗି ରହିଥିବା ଉତ୍ତେଜନା ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ କହିଛନ୍ତି ସୀମାରେ ଏବେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ହେଲେ ଦେଶବାସୀ ସେନା ବାହିନୀ ଉପରେ ପୂର୍ଣ୍ଣ ଭରସା ରଖିବା ଦରକାର । କୃଷକ ଯେପରି ତାର ଶସ୍ୟର ସୁରକ୍ଷା କରେ ସୈନିକ ସେପରି ଦେଶର ସୁରକ୍ଷା କରୁଛନ୍ତି
Wednesday, May 23, 2018
ପାକ୍ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ, ୫ ଭାରତୀୟ ନିହତ

Subscribe to:
Post Comments (Atom)
No comments:
Post a Comment