Wednesday, May 23, 2018

ଓଡିଶାର ମାଓପ୍ରବଣ ଅଞ୍ଚଳରେ ପ୍ରତିଷ୍ଠା ହେବ ୪୮୩ଟି ମୋବାଇଲ୍‍ ଟାୱାର


ନୂଆଦିଲ୍ଲୀ, ୨୩/୫  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ର ବୈଠକରେ ଦେଶର ୯୬ଟି
ମାଓପ୍ରବଣ ଜିଲ୍ଲାଗୁଡ଼ିକରେ ୪୦୭୨ଟି ମୋବାଇଲ୍‍ ଟାୱାର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି
ହୋଇଛି  । ଏଗୁଡ଼ିକ ମଧ୍ୟରୁ ଓଡ଼ିଶାର ୧୮ଟି ମାଓପ୍ରବଣ ଜିଲ୍ଲାରେ ୪୮୩ଟି
ମୋବାଇଲ୍‍ ଟାୱାର ପ୍ରତିଷ୍ଠା କରାଯିବ  । ଏହି ପ୍ରକଳ୍ପ ନିମନ୍ତେ ମୋଟ୍‍ ୭,୩୩୦
କୋଟି ଟଙ୍କା ଖର୍ଚ୍ଚ ହେବ  । ମାଓପ୍ରବଣ ଅଞ୍ଚଳଗୁଡ଼ିକରେ ଲୋକମାନଙ୍କୁ ସଞ୍ଚାର
ସେବା ଯୋଗାଇ ଦେବା ଓ ଇଣ୍ଟରନେଟ୍‍ ଜରିଆରେ ବିଭିନ୍ନ ସରକାରୀ ସେବା
ଉପଲବ୍ଧ କରାଇବା ପାଇଁ ଡିଜିଟାଲ୍‍ ସେଂଯାଗ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପଦକ୍ଷେପ
ହାତକୁ ନିଆଯିବ  । ଏହି ବୈଠକରେ ମାଓପ୍ରଭାବିତ ଅଞ୍ଚଳରେ ଟେଲିସେବାର ଉନ୍ନତି,
ଗମନାଗମନ, ଦୂରଦର୍ଶନ ଓ ବେତାର ସେବାର ପ୍ରସାରଣ ନିମନ୍ତେ ଟାୱାର ସ୍ଥାପନ
ସମ୍ପର୍କରେ ଆଲୋଚନା ହୋଇଥିଲା । ମାଓ ପ୍ରଭାବିତ ଅଞ୍ଚଳରେ ବିକାଶ ପାଇଁ ଫେଜ୨
କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଟାୱାର ପ୍ରତିଷ୍ଠା କରାଯିବ ବୋଲି ଜଣାପଡିଛି ।

No comments:

Post a Comment