Monday, May 21, 2018

ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ ଟ୍ରେନ୍

ଭୋପାଳ, ୨୧/୫  :
ଜଳିଗଲା ଏକ୍ସପ୍ରେସ ଟ୍ରେନ୍  । ମଝି
ରାସ୍ତାରେ ହୁତୁହୁତୁ ହୋଇ ଜଳିଲା
ଏକ୍ସପ୍ରେସ ଟ୍ରେନ୍  । ନୂଆଦିଲ୍ଲୀରୁ
ବିଶାଖାପାଟଣା ଯାଉଥିବା ଏକ୍ସପ୍ରେସ୍
ଟ୍ରେନ୍ରେ ନିଆଁ ଲାଗିଯାଇଛି  ।
ମଧ୍ୟପ୍ରଦେଶର ଗ୍ୱାଲିୟରର ବିର୍ଲା
ଷ୍ଟେସନ ନିକଟରେ ହଠାତ୍
ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ୍ରେ ନିଆଁ ଲାଗି
ଯାଇଥିଲା  । ଏଥିରେ ଟ୍ରେନ୍ର ବି-୬
ଓ ବି-୭ କୋଚ୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ
ହୋଇଯାଇଛି  । ତେବେ ଏହି
ଅଘଟଣରେ ସମସ୍ତ ଯାତ୍ରୀ ସୁରକ୍ଷିତ
ଥିବା ଜଣାପଡ଼ିଛି  । ଖବରପାଇ
ଘଟଣାସ୍ଥଳରେ ଦମକଳ ବାହିନୀ
ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା  ।
ଏଥିସହିତ ରେଳବିଭାଗର ବରିଷ୍ଠ
ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ôଚ
ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି  ।
ରେଳବିଭାଗର କହିବାନୁଯାୟୀ,
ଟ୍ରେନଟି ବିର୍ଲାନଗର ଷ୍ଟେସନ ପାର
କରିବା ମାତ୍ରେ ହିଁ ବଗ୍ିରେ ନିଆଁ
ଲାଗିଯାଇଥିଲା  । ଫଳରେ ଟ୍ରେନ୍କୁ
ସେହିଠାରେ ହିଁ ରୋକି ଦିଆଯାଇଥିଲା  ।

No comments:

Post a Comment