Tuesday, May 22, 2018
ଭବିଷ୍ୟତ ଯୁଦ୍ଧ ପାଇଁ ଭାରତର ବଡ ପଦକ୍ଷେପ, ଚିନ୍ତାରେ ପାକ୍-ଚୀନ
ନୂଆଦିଲ୍ଲୀ, ୨୨/୫ : ଭବିଷ୍ୟତ ଯୁଦ୍ଧ
ପାଇଁ ଭାରତ ବଡ଼ ପଦକ୍ଷେପ ନେଇଛି । ଏକ
ମହତ୍ତ୍ୱାକାଂକ୍ଷୀ ପ୍ରତିରକ୍ଷା ପ୍ରକଳ୍ପ ଅନୁସାରେ ସୁରକ୍ଷା
ବଳଙ୍କ ନିମନ୍ତେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (କୃତ୍ରିମ୍
ବୁଦ୍ଧିମତା) ବ୍ୟବହାର କରିବାକୁ ଭାରତ କାମ ଆରମ୍ଭ
କରିଛି । ସୁରକ୍ଷାବଳଙ୍କୁ ମାନବ ବିହୀନ ଟ୍ୟାଙ୍କ୍,
ବୁଡ଼ାଜାହାଜ, ଯୁଦ୍ଧବିମାନ, ରୋବୋଟିକ୍ ଅସ୍ତ୍ରଶସ୍ତ୍ରରେ
ସୁସଜ୍ଜିତ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ରହିଛି ।
ଏହାଦ୍ୱାରା ସାମରିକ ଅଭିଯାନ ସହଜ ହୋଇପାରିବ
। ପ୍ରତିରକ୍ଷା ସଚିବ (ଉତ୍ପାଦନ) ଅଜୟ କୁମାର
କହିଛନ୍ତି ଯେ, ସରକାର ସ୍ଥଳ,ଜଳ ଓ ବାୟୁ ସେନାର
ତିନି ଅଙ୍ଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର
କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭବିଷ୍ୟତ ଯୁଦ୍ଧ ପାଇଁ
ଏହା ଏକ ବଡ଼ ପଦକ୍ଷେପ ହେବ । ଟାଟା ସନ୍ସର
ସିଇଓ ଏନ୍ ଚନ୍ଦ୍ରଶେଖରନ୍ଙ୍କ ନେତୃତ୍ୱରେ ଗଠିତ ଏକ
ଉଚ୍ଚସ୍ତରୀୟ ଦଳ ଏହି ପ୍ରକଳ୍ପ ସଂରଚନାକୁ ଅନ୍ତିମ ରୂପ
ଦେବା ପାଇଁ କାର୍ଯ୍ୟ ଚଳାଇଛି । ଆଗାମୀ ପିଢ଼ୀର
ଯୁଦ୍ଧ ଅତ୍ୟାଧୁନିକ ଜ୍ଞାନକୌଶଳରେ ସ୍ୱୟଂଚାଳିତ
ଅସ୍ତ୍ରଶସ୍ତ୍ର ଏବଂ ରୋବୋଟିକ୍ ପ୍ରଣାଳୀରେ ହେବାକୁ
ଯାଉଛି । ଭାରତ ଏହା ସହ ତାଳ ଦେଇ ବଢ଼ିବାକୁ
ପ୍ରୟାସ ଆରମ୍ଭ କରିଛି ଓ ଅତ୍ୟାଧୁନିକ ଜ୍ଞାନକୌଶଳ
ବ୍ୟବହାର କରିବାକୁ ଯାଉଛି ବୋଲି କୁମାର ସୂଚନା
ଦେଇଛନ୍ତି । ତେବେ ପ୍ରତିରକ୍ଷା ଅନୁସନ୍ଧାନ ବିକାଶ
ସଂଗଠନ (ଡିଆର୍ଡିଓ) ଏହି ପ୍ରକଳ୍ପକୁ ଚୂଡ଼ାନ୍ତ ରୂପ
ଦେବାରେ ଏକ ବଡ଼ ଭୂମିକା ନିର୍ବାହ କରିବ ବୋଲି
ସେ କହିଛନ୍ତି ।
ଅନ୍ୟପଟେ ଭାରତରେ ଏହି ପଦକ୍ଷେପରେ ଚୀନ୍ ଏବଂ
ପାକିସ୍ତାନ ଚିନ୍ତିତ ହୋଇପଡ଼ିଛନ୍ତି । ପାକିସ୍ତାନ ଏବଂ ଚୀନ
ସୀମାରେ ଭାରତ ଏହି ଅତ୍ୟାଧୁନିକ ଜ୍ଞାନକୌଳର ବ୍ୟବହାର
କରିବ ବୋଲି କୁହାଯାଉଛି । ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାରେ
ଭାରତ ଅନ୍ୟ ଦେ ତୁଳନାରେ ବହୁ ଆଗରେ ରହିଛି ।
ଏହାକୁ ବ୍ୟବହାର କରି ଭାରତ ଆର୍ଟିଫିସିଆଲ୍
ଇଣ୍ଟେଲିଜେନ୍ସିର ଅସ୍ତ୍ରଶସ୍ତ୍ର, ବିମାନ, ଯୁଦ୍ଧଗାଡ଼ି ପ୍ରସ୍ତୁତ କରିବ
। ଏହାଦ୍ୱାରା ସୀମାରେ ଆଉ ସୈନ୍ୟ ମୁତୟନ କରାନଯାଇ
ରୋବୋଟିକ୍ ଯୁଦ୍ଧାସ୍ତ୍ର ଏବଂ ମାନବ ବିହୀନ ବିମାନ, ଟ୍ୟାଙ୍କ
ଆଦି ମୁତୟନ କରାଯିବ ।
Subscribe to:
Post Comments (Atom)
No comments:
Post a Comment