Tuesday, May 22, 2018

ଧାର୍ମିକ କାର୍ଡ ଖେଳିଲେ ଆର୍କ ବିଶପ


ନୂଆଦିଲ୍ଲୀ, ୨୨/୫ : ଭାରତବର୍ଷ କେଉଁ ଆବହମାନ କାଳରୁ ଏହାର ସଂସ୍କୃତି, ଶିକ୍ଷା ସାମାଜିକ ତଥା ଭୌଗୋଳିକ ସ୍ଥିତିକୁ ନେଇ ସାରା ବିଶ୍ୱରେ ବର୍ତ୍ତମାନ ଏକ ଉନ୍ନତ ରାଷ୍ଟ୍ର ଭାବରେ ପହଞ୍ôଚବାକୁ ଯାଉଛି । କିନ୍ତୁ ତଥାପି ଏଦେଶରେ କିଛି ଲୋକ ଧର୍ମ ଆଳରେ ଭୋଟ ବ୍ୟାଙ୍କ ସୃଷ୍ଟି କରି ଦେଶକୁ ବିଭାଜନ କରିବାକୁ ଚାହାନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି କୁତ୍ସିତ ଧାର୍ମିକ କାର୍ଡ ଖେଳିଛନ୍ତି ଦିଲ୍ଳୀ ଆର୍କ ବିଶପ ଅନିଲ ଜୋସେଫ ଥୋମାସ କ୍ୟୁଟ୍ଟୋ । ସେ କହିଛନ୍ତି ବର୍ତ୍ତମାନ ଦେଶରେ ଅଶାନ୍ତ ରାଜନୈତିକ ବାତାବରଣ ସହିତ ଧର୍ମ ନିରପେକ୍ଷତା କ୍ଷେତ୍ରରେ ମଧ୍ୟ ସଙ୍କଟ ଦେଖାଯାଉଛି । ଆଗାମୀ ୨୦୧୯ ସାଧାରଣ ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳା ସହିତ ସମ୍ପନ୍ନ ହେବ ସେନେଇ ଦିଲ୍ଳୀ ଆର୍କ ବିଶପ ଏକ ଚିଠି ଜରିଆରେ ଦିଲ୍ଲୀର ସମସ୍ତ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକମାନଙ୍କୁ ଶୁକ୍ରବାର ବ୍ରତ ରଖିବାକୁ ଅନୁରୋଧ କରିଛନ୍ତି  । ଏହି ଚିଠିକୁ ବିଜେପି ଶିବିରରେ ତୀବ୍ର ବିରୋଧ କାରଯାଇଛି । ଏହି ଚିଠିରେ ଆର୍କ ବିଶପ ଉଲ୍ଲେଖ କରିଛନ୍ତି ଯେ, ଆମ୍ଭେମାନେ ଏକ ବିଚିତ୍ର ରାଜନୈତିକ ମାହୋଲରେ ଆବର୍ତ୍ତମାନ କରୁଛୁ  । ଯାହାଦ୍ୱାରା ଆମ ଦେଶର ସମ୍ବିଧାନ ଓ ଲୋକତନ୍ତ୍ର ମୂଲ୍ୟବୋଧତା ସହିତ ଧର୍ମ ନିରପେକ୍ଷତା ମଧ୍ୟ ସଙ୍କଟରେ ପଡ଼ିବା ସମ୍ଭାବନା ଦେଖାଦେଲାଣି  । ଏହା ସହିତ ଚିଠିରେ ଉଲ୍ଲେଖ ଅଛି ଯେ, ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ସରକାର ହେବା ଜରୁରୀ ତେଣୁ ଦିଲ୍ଲୀର ସମସ୍ତ ଖ୍ରୀଷ୍ଟିଆନ ୨୦୧୮ ମଇ ମାସରୁ ଦେଶପାଇଁ ପ୍ରାର୍ଥନା କରିବା ଆବଶ୍ୟକ  । ଆମ ଦେଶ ଏବଂ ରାଜନେତାଙ୍କ ପାଇଁ ସର୍ବଦା ପ୍ରାର୍ଥନା କରିବା ଆମ ପାଇଁ ପବିତ୍ର ପ୍ରଥା ଅଟେ  । ଏଥିପାଇଁ ସମସ୍ତ ଖ୍ରୀଷ୍ଟ ଭାଇ ଓ ଭଉଣୀ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ଯେଭଳି ଶାନ୍ତି ଶୃଙ୍ଖଳାର ସହିତ ହେବ ସେଥିପାଇଁ ବ୍ରତ ରଖନ୍ତୁ ବୋଲି ଚିଠିରେ ସେ ଅନୁରୋଧ କରିଛନ୍ତି  । ଏପରିକି ଯେେତେବଳେ ଯେକୌଣସି ନିର୍ବାଚନ ହୁଏ ସେତେବେଳେ ଆମ୍ଭମାନଙ୍କ ପ୍ରାର୍ଥନା କରିବା ସମୟ ଅଧିକ ହୋଇଥାଏ  । ତେଣୁ ଆପଣମାନଙ୍କୁ ଅନୁରୋଧ ମାସ ଶେଷର ପ୍ରତି ଶୁକ୍ରବାର ବ୍ରତ ରଖି ଦେଶକୁ ସଙ୍କଟରୁ ବଞ୍ଚାଇବା ଜରୁରୀ  । ଅନ୍ୟପଟେ ଆର୍କ ବିଶପଙ୍କ ଏହି ଚିଠି ରାଜନୈତିକ ମାହଲରେ ହଟଚମଟ ସୃଷ୍ଟି କରିଛି  । ଯାହାକୁ ନେଇ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ବରିଷ୍ଠ ନେତାମାନେ ଏହି ଚିଠିର ଘୋର ବିରୋଧ କରିଛନ୍ତି  । ଏହି ଚିଠି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକବୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଥିବା ଭେଦଭାବକୁ ଦୂର କରି ସମସ୍ତଙ୍କୁ ଏକତ୍ରିତ ହୋଇ ବଞ୍ôଚବା ଦିଗରେ କାର୍ଯ୍ୟରତ ଅଛନ୍ତି  । ତେଣୁ ଆର୍କ ବିଶପ ତାଙ୍କ ମାନସିକତା ପରିବର୍ତ୍ତନ କରି ପ୍ରଗତିଶୀଳ ଦିଗରେ ଚିନ୍ତା କରିବା ଦରକାର ବୋଲି ନକବୀ କହିଛନ୍ତି  । ଏହାର ପ୍ରତିଉତ୍ତରରେ ଦିଲ୍ଳୀ ଆର୍କ ବିଶପଙ୍କ ସଚିବ ଫାଦର ରବିନସନ କହିଛନ୍ତି ଯେ, ଏହି ଚିଠି କୌଣସି ରାଜନୈତିକ କିମ୍ବା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୁହେଁ ବରଂ ଏହି ଚିଠିରେ ପ୍ରତି ଶୁକ୍ରବାର ଚର୍ଚ୍ଚରେ ଶାନ୍ତି ଶୃଙ୍ଖଳା ସହିତ ପ୍ରାର୍ଥନା କରିବା ପାଇଁ ଲେଖାଯାଇଛି  । ତେବେ ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କୁହାଯାଇଛି ଯେ, ଦେଶରେ ସଂଖ୍ୟାଲଘୁମାନେ ବେଶ୍‍ ଅଧିକ ସୁରକ୍ଷିତ ଥିବାବେଳେ ଜାଣିଶୁଣି ଆର୍କ ବିଶପ ଧାର୍ମିକ କାର୍ଡ ଖେଳିଛନ୍ତି  । କଂଗ୍ରେସର ପ୍ରରୋଚନାରେ ପୂର୍ବରୁ ମଧ୍ୟ ସେ ଏଭଳି କରିଥିବାର ନଜିର ଅଛି  ।

No comments:

Post a Comment