୪୫୦ ଆତଙ୍କବାଦୀ ଅନୁପ୍ରବେଶ ଲାଗି ପ୍ରସ୍ତୁତ
ଶ୍ରୀନଗର,୭।୬: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ୪୫୦ ଆତଙ୍କବାଦୀ ଅନୁପ୍ରବେଶ ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନର ୧୧ଟି ଲଞ୍ଚିଂ ପ୍ୟାଡ୍ଠାରେ ସେମାନେ ସୁଯୋଗକୁ ଚାହିଁ ବସିଛନ୍ତି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଆତଙ୍କବାଦୀଙ୍କୁ ପାକ୍ ଅଧିକୃତ କଶ୍ମୀର ବାଟ ଦେଇ ଭାରତରେ ଅନୁପ୍ରବେଶ କରାଇବାର ଯୋଜନା ପ୍ରସ୍ତୁତ କରିଛି। ଏହି ଅଞ୍ଚଳର ବୋଇ, ମଦାରପୁର, ଫଗୋଶ, ଦେବଲିୟାଁ ପ୍ରଭୃତିଠାରେ ଆତଙ୍କବାଦୀମାନେ ଡେରା ପକାଇ ରହିଥିବା ରିପୋର୍ଟରେ ସୂଚିତ କରାଯାଇଛି।
No comments:
Post a Comment