ନୂଆଦିଲ୍ଲୀ, ୫/୬ : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସୀମାରେ ହେଉଥିବା ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଅସ୍ତ୍ର ବିରତି ଉଲ୍ଳଂଘନକୁ ଆମେ ବରଦାସ୍ତ କରିବୁ ନାହିଁ । ରମଜାନ୍ ଅବସରରେ ଆମେ ଘୋଷଣା କରିଥିଲୁ ଅସ୍ତ୍ରବିରତି ବଳବତ୍ତର ରହିବ; କିନ୍ତୁ ଆମ ଜବାନ କିମ୍ବା ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ହେଲେ ତାହାର ମୁହଁତୋଡ଼ ଜବାବ ଦିଆଯିବ । ରମଜାନ୍ ସମୟରେ ଅସ୍ତ୍ରବିରତିର ଅର୍ଥ ନୁହେଁ ଯେ, ଆକ୍ରମଣ ହେଲେ ସେନା ହାତବାନ୍ଧି ଚୂପ ବସିବ ବୋଲି ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ।
No comments:
Post a Comment